ସରକାରୀ ବିଜୟାନନ୍ଦ ହାଇସ୍କୁଲ, ପଦ୍ମପୁର

ସରକାରୀ ବିଜୟାନନ୍ଦ ହାଇସ୍କୁଲ,ପଦ୍ମପୁର
ଅବସ୍ଥାନ
ପଦ୍ମପୁର୍, ଓଡ଼ିଶା, ଭାରତ
ବିବରଣୀ
ପ୍ରତିଷ୍ଠା ୧୯୫୯
ଶ୍ରେଣୀ ଶ୍ରେଣୀ ୬ରୁ ୧୦ମ
ଛାତ୍ରଛାତ୍ରୀ ସଂଖ୍ୟା ୬୫୧

ସରକାରୀ ବିଜୟାନନ୍ଦ ହାଇସ୍କୁଲ, ପଦ୍ମପୁର ଓଡ଼ିଶାର ପଦ୍ମପୁରରେ ଥିବା ଏକ ସରକାରୀ ଓଡ଼ିଆ ମାଧ୍ୟମ ଉଚ୍ଚବିଦ୍ୟାଳୟ ।[]

ଅବସ୍ଥିତି

ଏହି ବିଦ୍ୟାଳୟଟି ରାୟଗଡ଼ା ଜିଲ୍ଲାରେ ଥିବା ପଦ୍ମପୁରଠାରେ ଅବସ୍ଥିତ ।[]

ଇତିହାସ

ବିଜୟାନନ୍ଦ ହାଇସ୍କୁଲ ୧୯୫୯ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ଅର୍ଦ୍ଧଶତାବ୍ଦୀ ପୂର୍ବେ ନିର୍ମିତ ଏହି ବିଦ୍ୟାଳୟଟି ତତ୍କାଳିନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରଚେଷ୍ଟାରେ ହୋଇଥିବାରୁ ତାଙ୍କରି ନାମାନୁସାରେ ସ୍କୁଲଟି ନାମିତ । ପ୍ରତିଷ୍ଠା ବର୍ଷରୁ ଏ ଯାବତ ବହୁ ଛାତ୍ର ଉଚ୍ଚ ପଦ ପଦବୀରେ ରହି ବିଦ୍ୟାଳୟ ପାଇଁ ସୁନାମ ଅର୍ଜନ କରିଛନ୍ତି । ଏହି ବିଦ୍ୟାଳୟଟି ରାୟଗଡ଼ା ଜିଲ୍ଲାର ଅନ୍ୟତମ ପୁରାତନ ବିଦ୍ୟାଳୟ । ସ୍ୱାଧୀନତା ପରବର୍ତ୍ତୀ ସମୟରେ ଏହି ବିଦ୍ୟାଳୟଟି ଅବିଭକ୍ତ କୋରାପୁଟ ଜିଲ୍ଲାର ଶିକ୍ଷାବ୍ୟବସ୍ଥାରେ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିଆସିଛି । ଏଠାରେ ଓଡ଼ିଆ ମାଧ୍ୟମରେ ଶିକ୍ଷାଦାନ କରାଯାଏ ଓ ଷଷ୍ଠରୁ ଦଶମ ଶ୍ରେଣୀ ଯାଏ ପାଠ ପଢ଼ାଯାଇଥାଏ । ଅଧୁନା ଏହି ବିଦ୍ୟାଳୟରେ ପ୍ରାୟ ୬୫୦ ଛାତ୍ର ଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି । ଏହି ବିଦ୍ୟାଳୟରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (NCC)ର ସୁବିଧା ରହିଛି । ସ୍କୁଲଟି ମାଧ୍ୟମିକ ଶିକ୍ଷା ପରିଷଦଦ୍ୱାରା ଅନୁବନ୍ଧିତ ।[]

ଆଧାର

  1. "Information Sheet"
  2. "Schools in Padmapur Cluster | List of Schools in Padmapur Cluster, Rayagada District (Orissa)". schools.org.in. Retrieved 2024-12-07.
  3. "RTI Odisha"[permanent dead link]

ବାହାର ଲିଙ୍କ

Prefix: a b c d e f g h i j k l m n o p q r s t u v w x y z 0 1 2 3 4 5 6 7 8 9

Portal di Ensiklopedia Dunia

Kembali kehalaman sebelumnya