ସାର୍ସ-ସିଓଭି-୨ ଓମାଇକ୍ରୋନ ପ୍ରକାରଣଓମାଇକ୍ରୋନ ପ୍ରକାରଣ [a] ସାର୍ସ-ସିଓଭି-୨ର ଏକ ପ୍ରକାରଣ ଓ ଏହା କୋଭିଡ-୧୯ ରୋଗର କାରଣ । ଏହି ପ୍ରକାରଣ ପ୍ରଥମେ ୨୦୨୧ ନଭେମ୍ବର ୨୪ରେ ଦକ୍ଷିଣ ଆଫ୍ରିକାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ (ଡବ୍ଲୁଏଚଓ) ଜଣାଯାଇଥିଲା ।[୧] ୨୦୨୧ ନଭେମ୍ବର ୨୬ରେ ଡବ୍ଲ୍ୟୁଏଚଓ ଏହାକୁ ଚିନ୍ତାର ଏକ କାରଣ ବୋଲି ଭାବରେ ନାମିତ କରିଥିଲା ଏବଂ ଗ୍ରୀକ ବର୍ଣ୍ଣମାଳାର ପଞ୍ଚଦଶ ଅକ୍ଷର ଓମାଇକ୍ରୋନ ନାମରେ ଏହାକୁ ନାମିତ କରିଥିଲା ।[୨][୩] ଏହି ପ୍ରକାରଣରେ ଅସାଧାରଣ ଭାବରେ ବହୁ ସଂଖ୍ୟକ ମ୍ୟୁଟେସନ ରହିଛି । ସେଥି ମଧ୍ୟରୁ ଅନେକ ନୂଆ (ଅଟାପୋମୋର୍ଫି ନାମରେ ମଧ୍ୟ ଜଣାଶୁଣା) ଏବଂ ଯାହା ସେଥିରୁ ଅନେକ ଭୂତାଣୁର ଆବିଷ୍କାର ସମୟରେ ଅଧିକାଂଶ ଟିକା ଲକ୍ଷ୍ୟ ପାଇଁ ବ୍ୟବହୃତ ସ୍ପାଇକ ପ୍ରୋଟିନକୁ ପ୍ରଭାବିତ କରନ୍ତି । ଏହି ସ୍ତରର ଭିନ୍ନତା ଟ୍ରାନ୍ସମିସିବିଲିଟି, ରୋଗ ପ୍ରତିରୋଧକୁ ଫାଙ୍କିବା ଏବଂ ଟିକାର ପ୍ରତିରୋଧକ ଶକ୍ତି ବାବଦରେ ଚିନ୍ତା ସୃଷ୍ଟିକରିଛି । ଏଣୁ ଏହି ପ୍ରକାରଣକୁ ତୁରନ୍ତ "ଚିନ୍ତାର କାରଣ" ଭାବରେ ନାମିତ କରାଯାଇଥିଲା ଏବଂ ଏହାର ଆନ୍ତର୍ଜାତୀୟ ବିସ୍ତାରକୁ ସୀମିତ କିମ୍ବା ମନ୍ଥର କରିବା ପାଇଁ ଅନେକ ଦେଶ ଭିତରେ ଯାତାୟତ ପ୍ରତିବନ୍ଧକ ଲଗାଯାଇଥିଲା । ଆଧାର
|
Portal di Ensiklopedia Dunia