ସୁଲଭା କେ କୁଲକର୍ଣ୍ଣୀସୁଲଭା କେ କୁଲକର୍ଣ୍ଣୀ (ଜନ୍ମ ୧୯୪୯) ଭାରତର ପୁଣେରେ ଥିବା ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ଏଜୁକେସନ ଆଣ୍ଡ ରିସର୍ଚ( Indian Institute of Science Education and Research, Pune, India) ଅନୁଷ୍ଠାନରେ ଫିଜିକ୍ସ ପ୍ରଫେସର ଅଛନ୍ତି[୧] । ନାଟୋଟେକ୍ନୋଲୋଜି, ମ୍ୟାଟେରିଆଲ ସାଇନ୍ସ ଓ ସରଫେସ ସାଇନ୍ସ ( Nanotechnology, Materials Science and Surface Science) ବିଷୟମାନଙ୍କରେ କାମ କରୁଛନ୍ତି । ସୁଲଭା ତାଙ୍କର ବି.ଏସ.ସି., ଏମ. ଏସ.ସି. ଓ ପି ଏଚ ଡି ପୁଣେ ବିଶ୍ୱବିଦ୍ୟାଳୟରେ ଶେଷ କରିଥିଲେ । ସେ ତାଙ୍କର ପୋଷ୍ଟ ଡକ୍ଟରାଲ ରିସର୍ଚ୍ଚ ଜର୍ମାନୀର ଟେକନିକାଲ ୟୁନିଭରସିଟିରେ ସରଫେସ ସାଇନ୍ସ ଟେକ୍ନୋଲୋଜିଦ୍ୱାରା ଗ୍ୟାସ /କଠିନ ଇଣ୍ଟରଆକ୍ସନ ଉପରେ କରିଥିଲେ[୨] । ପୁଣେ ୟୁନିଭରସିଟିରେ ସେ ୨୦୦୯ ମସିହା ଯାଏ ଫିଜିକ୍ସ ପ୍ରଫେସର ଥିଲେ । ଇଣ୍ଡିଆନ ନ୍ୟାସନାଲ ସାଇନ୍ସ ଏକାଡେମି ଓ ଇଣ୍ଡିଆନ ଏକାଡେମି ଅଫ ସାଇନ୍ସର ଫେଲୋ ଅଛନ୍ତି[୩] । ରାଜସ୍ଥାନର ବନସ୍ଥଳୀ ୟୁନିଭରସିଟିର ସେ ପ୍ରୋଭାଇସ ଚାନସେଲର ଥିଲେ । ଆଧାର |
Portal di Ensiklopedia Dunia