ହାରଲେକୁଇନ-ଟାଇପ ଇକଥିଓସିସ (ଇଂରାଜୀ ଭାଷାରେ Harlequin-type ichthyosis ) ଏକ ଜେନେଟିକ ବେମାରୀ ଯେଉଁଥିରେ ନବଜାତ ଶିଶୁର ପ୍ରାୟ ସମୁଦାୟ ଦେହର ଚର୍ମ ମୋଟା ଥାଏ ।[ ୪] ଏହି ରୋଗରେ ଫାଟ ଥିବା ଏକ ଠିକିରି ଆକାରର ପ୍ଲେଟ ଚମ ତିଆରି କରେ ।[ ୪] ଆଖିପତା, ନାକ, ପାଟି ଓ କାନର ଆକୃତି ବଦଳିଯାଏ; ଅବୟବମାନଙ୍କର ଚଳନ ଶକ୍ତି ସୀମିତ ହୋଇଯାଏ ।[ ୪] ଛାତିର ଚଳନ ସୀମିତ ହେବା ଯୋଗୁ ଶ୍ୱାସକ୍ରିୟା କଷ୍ଟକର ହୁଏ ।[ ୪] କିଛି ସପ୍ତାହ ମଧ୍ୟରେ ଚର୍ମର ପ୍ଲେଟ ବାହାରିଯାଏ ।[ ୩] ଅନ୍ୟ ଜଟିଳତା ମଧ୍ୟରେ ଅପରିପକ୍ୱ ଜନ୍ମ (premature birth ), ସଂକ୍ରମଣ (infection ), ଦେହ ଉତ୍ତାପ ସମସ୍ୟା ଓ ନିର୍ଜଳନ (dehydration ) ମୁଖ୍ୟତଃ ଦେଖାଯାଏ । [ ୪] [ ୫]
ହାରଲେକୁଇନ-ଟାଇପ ଇକଥିଓସିସ ବେମାରୀ ଏବିସିଏ୧୨ (ABCA12 ) ଜିନର (genes ) ମ୍ୟୁଟେସନ ଯୋଗୁ ହୁଏ ।[ ୪] ଉତ୍ତରାଧିକାର (inherited from a person's parents ) ସୁତ୍ରରେ ଅଟୋସୋମାଲ ରିସିସିଭ (en:autosomal recessive ) ଭାବରେ ଏହି ଅନୁବଂଶିକ ରୋଗ ମିଳେ । [ ୪] ଜନ୍ମ ସମୟରେ ଶିଶୁର ଚେହେରା ଦେଖି ଓ ଜେନେଟିକ ଟେଷ୍ଟିଙ୍ଗ (genetic testing ) କରି ରୋଗ ନିର୍ଣ୍ଣୟ କରାଯାଏ । [ ୫] ଜନ୍ମ ପୂର୍ବରୁ ଆମନିଓସେଣ୍ଟେସିସ (amniocentesis ) ବା ଅଲଟ୍ରାସାଉଣ୍ଡ (ultrasound ) ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଇପାରେ । [ ୫]
ଏହି ରୋଗରୁ ମୁକ୍ତି ନାହିଁ ।[ ୮] ଜନ୍ମ ଆରମ୍ଭରେ ସହାୟକ ଯତ୍ନ (Supportive care ) ଆବଶ୍ୟକ ହୁଏ ।[ ୩] ଆର୍ଦ୍ରକାରୀ କ୍ରିମ (moisturizing cream ), ଆଣ୍ଟିବାୟୋଟିକ (Antibiotics ), ଇଟ୍ରେଟିନେଟ (etretinate ), ରେଟୋନଏଡସ (retinoids ) ଦେଇ ଚିକିତ୍ସା କରାଯାଏ । [ ୩] [ ୫] ପ୍ରାୟ ୩ ଲକ୍ଷ ଜନ୍ମରେ ଜଣେ ଏହି ରୋଗକ୍ରାନ୍ତ ହୁଏ ।[ ୭] ପୁଅ ଓ ଝିଅ ଉଭୟ ସମ ଭାବରେ ଆକ୍ରାନ୍ତ ହୁଅନ୍ତି ।[ ୩] ସାଧାରଣତଃ ଦୀର୍ଘକାଳୀନ ସମସ୍ୟା ଲାଗିରହେ ।[ ୫] ଜନ୍ମର ପ୍ରଥମ ମାସ ମଧ୍ୟରେ ସାଧାରଣତଃ ଅଧିକାଂଶ ମୃତ୍ୟୁ ମୁଖରେ ପଡ଼ନ୍ତି ।[ ୬] ଏହି ରୋଗ ବିଷୟ ସନ ୧୭୫୦ରେ ପ୍ରଥମେ ଲିପିବଦ୍ଧ ହୋଇଥିଲା ।[ ୬]
ଆଧାର
↑ ୧.୦ ୧.୧ Rapini, Ronald P.; Bolognia, Jean L.; Jorizzo, Joseph L. (2007). Dermatology: 2-Volume Set . St. Louis: Mosby. ISBN 1-4160-2999-0 . [page needed ]
↑ James, William; Berger, Timothy; Elston, Dirk (2005). Andrews' Diseases of the Skin: Clinical Dermatology . (10th ed.). Saunders. ISBN 0-7216-2921-0 .
↑ ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ "Ichthyosis, Harlequin Type - NORD (National Organization for Rare Disorders)" . NORD (National Organization for Rare Disorders) . 2006. Archived from the original on 26 April 2017. Retrieved 26 April 2017 .
↑ ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ ୪.୭ "Harlequin ichthyosis" . Genetics Home Reference (in ଇଂରାଜୀ). November 2008. Archived from the original on 28 July 2017. Retrieved 18 July 2017 .
↑ ୫.୦ ୫.୧ ୫.୨ ୫.୩ ୫.୪ ୫.୫ Glick, JB; Craiglow, BG; Choate, KA; Kato, H; Fleming, RE; Siegfried, E; Glick, SA (January 2017). "Improved Management of Harlequin Ichthyosis With Advances in Neonatal Intensive Care". Pediatrics . 139 (1). doi :10.1542/peds.2016-1003 . PMID 27999114 .
↑ ୬.୦ ୬.୧ ୬.୨ Schachner, Lawrence A.; Hansen, Ronald C. (2011). Pediatric Dermatology E-Book (in ଇଂରାଜୀ). Elsevier Health Sciences. p. 598. ISBN 0723436657 . Archived from the original on 2017-11-05.
↑ ୭.୦ ୭.୧ Ahmed, H; O'Toole, E (2014). "Recent advances in the genetics and management of Harlequin Ichthyosis". Pediatric Dermatology . 31 (5): 539–46. doi :10.1111/pde.12383 .
↑ Shibata, A; Akiyama, M (August 2015). "Epidemiology, medical genetics, diagnosis and treatment of harlequin ichthyosis in Japan". Pediatrics international : official journal of the Japan Pediatric Society . 57 (4): 516–22. doi :10.1111/ped.12638 . PMID 25857373 .
ବାହ୍ୟ ଲିଙ୍କ