ହେପାଟାଇଟିସ ବି ଟିକା
ହେପାଟାଇଟିସ ବି ଟିକା ଏକ ଟିକା ଯାହା ହେପାଟାଇଟିସ ବି ପ୍ରତିରୋଧ ନିମନ୍ତେ ଦିଆଯାଏ ।[୧] ଏହାର ପ୍ରଥମ ଡୋଜ ଜନ୍ମର ୨୪ ଘଣ୍ଟା ମଧ୍ୟରେ ଦେବାକୁ ସୁପାରିସ କରାଯାଏ ଓ ଏହା ପରେ ୨ ବା ୩ଟି ଅଧିକ ଡୋଜ ଦିଆଯାଏ । ପ୍ରିମାଚ୍ୟୁର ଶିଶୁ ବା ଅସାମୟିକ ଶିଶୁଙ୍କୁ ଦିଆଯାଏ, ଇମ୍ମ୍ୟୁନିଟି ଅଭାବ ଥିବା ଓ ଏଚଆଇଭି ଥିବା ଲୋକଙ୍କୁ ମଧ୍ୟ ଦିଆଯାଏ । ସୁସ୍ଥ ଲୋକଙ୍କୁ ଦେଲେ ୯୫ % ଶିଶୁଙ୍କୁ ସୁରକ୍ଷା ମିଳେ । [୧] ଉଚ୍ଚ ଆଶଙ୍କା ଥିବା ଲୋକାଙ୍କର ଟିକା ନେବା ପରେ ତାହା କାମ କଲା କି ନାହିଁ ଜାଣିବା ନିମନ୍ତେ ରକ୍ତ ପରୀକ୍ଷା କରିବା ଆବଶ୍ୟକ । ସ୍ୱଳ୍ପ ଇମ୍ମ୍ୟୁନିଟି ଥିବା ଲୋକଙ୍କୁ ଅଧିକ ଡୋଜ ଦେବା ଦରକାର ହୁଏ କିନ୍ତୁ ଅଧିକାଂଶ ଲୋକଙ୍କର ଦରକାର ହୁଏ ନାହିଁ । ହେପାଟାଇଟିସ ଭୁତାଣୁ ସଂମ୍ପର୍କରେ ଆସିଥିବା, ଟିକା ନ ନେଇଥିବା ଲୋକଙ୍କୁ ଟିକା ଦେବା ସହିତ ହେପାଟାଇଟିସ ବି ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ଦେବା ଉଚିତ । ଏହି ଟିକା ମାଂସପେଶୀରେ ଇଞ୍ଜେକସନ ଆକାରରେ ଦିଆଯାଏ । [୧] ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା କ୍ୱଚିତ ଦେଖାଯାଏ । ଇଞ୍ଜେକସନ ନେଇଥିବା ସ୍ଥାନରେ କଷ୍ଟ ହୋଇପାରେ । ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଏହା ନିରାପଦ । ଗୁଲେନ-ବାରେ ସିଣ୍ଡ୍ରୋମ ସହିତ ଏହାର କୌଣସି ଲିଙ୍କ ନାହିଁ । ରିକୋମ୍ବିନାଣ୍ଟ ଡିଏନଏ ଟେକନିକ ସାହାଯ୍ୟରେ ଏହି ଟିକା ପ୍ରସ୍ତୁତ କରାଯାଏ । ଏହି ଟିକା ସ୍ୱତନ୍ତ୍ର ଓ ଅନ୍ୟ ଟିକା ସହିତ ମିଶ୍ରିତ ଭାବେ ଉପଲବ୍ଧ ହୁଏ ।[୧] ଆମେରିକାରେ ଏହି ଟିକା ସନ ୧୯୮୧ରେ ଅନୁମୋଦିତ ହୋଇଥିଲା ।[୨] ଏହାର ନିରାପଦ ସଂସ୍କରଣ ସନ ୧୯୮୬ରେ ବାହାରିଲା ।[୧]ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ସନ ୨୦୧୪ରେ ଏହାର ହୋଲସେଲ ମୂଲ୍ୟ 0.୫୮ରୁ ୧୩.୨0 ଆମେରିକୀୟ ଡଲାର ଥିଲା । [୪] ଆମେରିକାରେ ଏହାର ମୂଲ୍ୟ ୫୦ରୁ ୧୦୦ ଆମେରିକିୟ ଡଲାର ।[୫] ଆଧାର
|
Portal di Ensiklopedia Dunia