୧: ନେନ୍ଓକ୍କାଡ଼ିନେ
୧: ନେନ୍ଓକ୍କାଡ଼ିନେ (ଓଡ଼ିଆ: ୧: ମୁଁ ଏକୁଟିଆ), ୨୦୧୪ ମସିହାରେ ମୁକ୍ତିଲାଭ କରିଥିବା ଏକ ତେଲୁଗୁ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରଟିର ପ୍ରଯୋଜନା କରିଥିଲେ ରାମ ଅଚନ୍ତ, ଗୋପିଚାନ୍ଦ ଅଚନ୍ତ ଓ ଅନିଲ ସୁଙ୍କାର । ସୁକୁମାର ଓ ଜାକ୍କା ହରିପ୍ରସାଦ ଏହି ଚଳଚ୍ଚିତ୍ରଟିର କାହାଣୀ ରଚନା କରିଥିଲେ । ସକୁମାର ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଦେବୀ ଶ୍ରୀ ପ୍ରସାଦ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ମହେଶ ବାବୁ ଓ କ୍ରୀତି ସନନ । କ୍ରୀତି ଏହି କଥାଚିତ୍ର ଜରିଆରେ ଅଭିନୟ ଦୁନିଆରେ ପ୍ରବେଶ କରିଥିଲେ ।[୩] ମହେଶ ବାବୁ ଏହି କଥାଚିତ୍ରରେ ଜଣେ ରକ୍ଷ୍ଟାର ତଥା ମାନସିକ ରୋଗୀ ଭୂମିକାରେ ଅଭିନୟ କରିଥିଲେ । ମହେଶ ବାବୁଙ୍କର ପୁଅ ଗୌତମ ଏହି କଥାଚିତ୍ରରେ ଶିଶୁ କଳାକାର ଭୂମିକାରେ ଅଭିନୟ କରିଥିଲା ।[୪] ଅନୁ ହାସନ, ଆନନ୍ଦ, ନସାର୍, କେଲ୍ଲୀ ଦର୍ଜି, ପ୍ରଦୀପ ରାୱତ୍, ସିୟାଜୀ ସିନ୍ଧେ, ପଷଣୀ କ୍ରୀଷ୍ଣା ମୂରଲୀ, ଶ୍ରୀନିବାସ ରେଡ୍ଡୀ, ନବୀନ, ସୂର୍ଯ୍ୟ, ସୋଫିଏ ଚୌଧୁରୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଅଭିନୟ
କାହାଣୀଗୌତମ (ମହେଶ ବାବୁ) ଜଣେ ରକ୍ଷ୍ଟାର, ଯାହାର ମସ୍ତଷ୍କର ସନ୍ତୁଳନ ଠିକ୍ ନଥାଏ । ସେ କିଛି କଥା ଏବଂ କିଛି ଘଟଣା ନିଜେ ନିଜେ ଭାବିନିଏ । ତେଣୁ ସେ ଜଣେ ଲୋକର ହତ୍ୟା କରିଛି ବୋଲି କହି ପୋଲିସ୍ ପାଖରେ ଆତ୍ମସମର୍ପଣ କରେ, ମାତ୍ର ସେମିତି କିଛି ହୋଇନଥିବା ସମୀରା (କ୍ରୀତି ସନନ) ନାମକ ଜଣେ ସାମ୍ବାଦିକ ନେଇଥିବା ଭିଡ଼ିଓରୁ ଜଣାପଡ଼େ । ଗୌତମର ମାଆ ବାପାଙ୍କୁ ହତ୍ୟା କରିଥିବା ତିନିଜଣ ଲୋକଙ୍କୁ ସେ ସବୁବେଳେ ଦେଖୁଥିଲା ତା'ର ଭ୍ରାନ୍ତ ଧାରଣାରେ । ସେତେବେଳେ ଗୌତମର ମସ୍ତିଷ୍କ ପରୀକ୍ଷା କରାଯାଏ ଏବଂ ତା' ମଧ୍ୟରେ ଥିବା ଅସୁବିଧା ଜଣାପଡ଼ିଯାଏ । ଏହାପରେ ଥରେ ରାତିରେ ଗୌତମର ଘରେ ତା' ଉପରେ ଆକ୍ରମଣ ହେଲା, ମାତ୍ର କେହି ତାକୁ ବିଶ୍ୱାସ କଲେ ନାହିଁ । ଏପରିକି ସେ ତା'ର କ୍ୟାମେରାରେ ନେଇଥିବା ଫଟୋଗୁଡ଼ିକୁ ମଧ୍ୟ ପାଇଲା ନାହିଁ । ଏହାପରେ ଗୌତମ ପଛରେ ସବୁ ସାମ୍ବାଦିକମାନେ ସାକ୍ଷାତକାର ପାଇଁ ଲାଗିପଡ଼ିଲେ, ତେଣୁ ସେ ଲୁଚି ଗୋଆ ଚାଲିଗଲା । ମାତ୍ର ସେଠାରେ ସମୀରା ମଧ୍ୟ ତା'ର ପିଛା କରି ପହଞ୍ଚିଗଲା ଏବଂ ସେ ଗୌତମର ମାନସିକ ସନ୍ତୁଳନର ଲାଭ ଉଠାଇ ତାକୁ ସବୁବେଳେ ଭ୍ରମିତ କରୁଥିବା ଏବଂ ଦୁଇଟି ରୂପରେ ଦେଖା କରୁଥିଲା । ସେଠାରେ ଗୌତମ ତା'ର ମନର ଭାବନାରେ ଥିବା ଜଣେ ବ୍ୟକ୍ତିକୁ ଦେଖିଲ, ମାତ୍ର ସେମିତି କେହି ନାହିଁ ବୋଲି ସମୀରା ତାକୁ ସବୁବେଳେ ମନା କରୁଥିଲା । ଏମିତିକି କେବେ କେବେ ଗୌତମ ଉପରେ ଆକ୍ରମଣ ମଧ ହେଇଥିଲା, ମାତ୍ର ସେ ବଞ୍ଚିଯାଇଥିଲା । ଥରେ ଗୌତମ ତା'ର ଜାହାଜରେ ଥିବାବେଳେ ତା ଉପରେ ଆକ୍ରମଣ ହେଲା, ସେତେବେଳେ ସମୀରା ବେହୋସ ଥିଲା, ତେଣୁ ସେ ତାକୁ ନେଇ ଏକ ପାରାସୁଟ୍ ସହିତ ସମୁଦ୍ରରେ ଚାଲିଗଲା ଏବଂ ଉଭୟଙ୍କର ଚେତା ଆସିଲାବେଳକୁ ସେମାନେ ଗୋଟିଏ ଦ୍ୱୀପରେ ଥିଲେ । ସେତେବେଳେ ଗୌତମ ସମୀରାର କ୍ୟାମେରା ପାଇଲା, ଏବଂ ସେ କରିଥିବା ନାଟକର କିଛି ଭିଡ଼ିଓ ସେଥିରୁ ଦେଖିଲା । ତେଣୁ ସେ ସମୀରାକୁ ଗାଳିଦେଲା, ମାତ୍ର ସମୀରା ସେ ସବୁ ତା'ର ଭଲ ପାଇଁ କରୁଥିଲା ବୋଲି କହି ସେଠାରୁ ଚାଲିଗଲା । ସମୀରା ଗଲାପରେ ସେଠାରେ ସେହି ଗୁଣ୍ଡାମାନେ ପହଞ୍ଚି ଗୌତମକୁ ଆକ୍ରମଣ କଲେ, କିନ୍ତୁ ପ୍ରକୃତରେ ସେମାନେ ଗୌତମକୁ ନୁହେଁ ସମୀରାକୁ ଆକ୍ରମଣ କରୁଥିଲେ । ଏହି ବିଷୟରେ ଗୌତମ ସମୀରାକୁ କହିଲା, ମାତ୍ର ସେ ବିଶ୍ୱାସ କଲା ଏବଂ ସେଠାରୁ ଲୁଚି ଚାଲିଆସିଲା । ଏହାପରେ ଗୌତମ ସମୀରାର ଘର ସାମ୍ନାରେ ସବୁଦିନେ ଜଗି ରହିଲା ଏବଂ ଥରେ ରାତିରେ କିଛି ଲୋକଙ୍କ ତା'ଘର ଆଡ଼କୁ ଲୁଚି ଲୁଚି ଆସୁଥିବାବେଳେ ଗୌତମ ତାଙ୍କ ଉପରେ ଆକ୍ରମଣ କଲା । କିନ୍ତୁ ସେମାନେ ସମୀରାର ସାଙ୍ଗମାନେ ଥିଲେ, ଯେଉଁମାନେ ତାକୁ ଜନ୍ମଦିନର ଶୁଭେଚ୍ଛା ଜଣେଇବା ପାଇଁ ରାତିରେ ଆସୁଥିଲେ । ଏହାପରେ ସମୀରା ଗୌତମକୁ ଗାଳି କରିବା ସହିତ, ତା'ଠାରୁ ଦୂରେଇ ରହିବାକୁ କହିଲା, ମାତ୍ର ସେତିକିବେଳେ ସତରେ କିଛି ଲୋକ ସମୀରା ଉପରେ ଆକ୍ରମଣ କଲେ । କିନ୍ତୁ ଗୌତମ, ସେ ସବୁକୁ ଭ୍ରମ ବୋଲି ଭାବୁଥିଲା । ପରେ ସେମାନେ ତାକୁ ମାଡ଼ ମାରିବାରୁ ତାକୁ ସତ ଲାଗିଲା, ଏହାପରେ ସମୀରାର ଗୌତମ କଥାରେ ବିଶ୍ୱାସ ଆସିଲା । ଏହାପରେ ସମୀରା ତା'ର ମାଲିକ ପାଖକୁ ଗୌତମକୁ ସାଙ୍ଗରେ ନେଇ ଯାଇଥିବାବେଳେ ଗୌତମ ପୁଣିଥରେ ଗୋଆରେ ଦେଖିଥିବା ସେ ଲୋକଟିକୁ ଦେଖିଲା ଏବଂ ତା'ର ହତ୍ୟା କରିଦେଲା । କିନ୍ତୁ ଯେତେବେଳେ ସମୀରା ସତରେ ସେ ଲୋକଟିକୁ ଦେଖିଲା, ସେତେବେଳେ ସେସବୁ ଗୌତମର ଭ୍ରମ ନୁହେଁ ବୋଲି ସେ ଜାଣିଲା । ଏହାପରେ ଗୌତମ ତା' ଘରେ ଯାଇ ଖୋଜିଲା ଏବଂ ତା'ର ସେ କ୍ୟାମେରାରେ ଉଠେଇଥିବା ଫଟୋ ପାଇଲା । ସେଥିରେ ସେ ଜଣଙ୍କର ନମ୍ବର ଖୋଜିଲା ଏବଂ ତା'ଠାରୁ ଜଣିଲା କି ତା'ର ବାପା ଲଣ୍ଡନରେ ଜଣେ ବୈଜ୍ଞାନିକ ଥିଲେ ଏବଂ ସେମାନେ ଭାରତ ଆସିଥିବାବେଳେ ତାଙ୍କର ହତ୍ୟା କରାଯାଇଥିଲା । ତେଣୁ ସେ ୩ୟ ବ୍ୟକ୍ତିକୁ ଖୋଜିବାକୁ ଏବଂ ତା'ର ବାପାଙ୍କଠାରୁ ମିଳିଥିବା ଗୋଟିଏ ଚାବିର ସନ୍ଧାନ କରିବାକୁ ସେ ଓ ସମୀରା ଲଣ୍ଡନ ଗଲେ । ମାତ୍ର ଲଣ୍ଡନରେ ତା' ଉପରେ ମଧ୍ୟ ଆକ୍ରମଣ ହେଲା । ଏହାପରେ ସେ ଗୋଟିଏ ବ୍ୟାଙ୍କ୍ରେ ତା'ର ବାପାଙ୍କର ଲକର୍ ଥିବାକଥା ଜାଣିଲା, ଯେଉଁଥିରେ କେବଳ ଗୋଟିଏ ଧାନକେଣ୍ଡା ସଂରକ୍ଷଣ କରି ରଖାଯାଇଥିଲା । ଏହାପରେ ସେ ସେହି ଧାନକେଣ୍ଡା ବିଷୟରେ ଜାଣିଲା, ତା'ର ବାପାମାଆଙ୍କୁ ହତ୍ୟା କରିଥିବା ଲୋକଙ୍କ ବିଷୟର ଜାଣିଲା ଏବଂ ଶେଷ ଲୋକକୁ ମାରି ତା'ର ପ୍ରତିଶୋଧ ମଧ୍ୟ ନେଲା । ଗୀତ ଓ ସଙ୍ଗୀତଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଦେବୀ ଶ୍ରୀ ପ୍ରସାଦ ।[୫] ଚନ୍ଦ୍ରବୋଷ ଓ ଦେବୀ ଶ୍ରୀ ପ୍ରସାଦ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଦେବୀ ଶ୍ରୀ ପ୍ରସାଦ, ନେହା ଭାସିନ୍, ସୁରଜ ସନ୍ତୋଷ, ଏମ୍.ଏମ୍.ସନ୍ତୋଷ, ପିୟୁଷ କପୁର, ପ୍ରିୟା ହେମେଷ୍ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟୀରେ କଣ୍ଠଦାନ କରିଥିଲେ । ଗୀତ
ଆଧାର
|
Portal di Ensiklopedia Dunia