ଏମ. ଜି. ରାମଚନ୍ଦ୍ରନ![]() ମାରୁଦୁରୁ ଗୋପାଲନ ରାମଚନ୍ଦ୍ରନ (17 January 1917 – 24 December 1987), ( ଏମ. ଜି. ରାମଚନ୍ଦ୍ରନ ବା MGR ନାମରେ ଲୋକପ୍ରିୟ) ହେଉଛନ୍ତି ଜଣେ ଭାରତୀୟ କଥାଚିତ୍ର ତାରକା, କଥାଚିତ୍ର ନିର୍ମାତା ତଥା ରାଜନିତୀଜ୍ଞ ଯିଏ କି ୧୯୭୭ରୁ ୧୯୮୭ ଯାଏଁ ତାମିଲନାଡୁର ମୁଖ୍ୟମନ୍ତୀ ଥିଲେ । ତାମିଲ କଥାଚିତ୍ର ଜଗତର ଜଣେ ଅପ୍ରତିଦ୍ୱନ୍ଦୀ ଅଭିନେତା ସହ ସେ ତାମିଲନାଡୁ ସଂସ୍କୃତିର ପ୍ରତିମା ଭାବେ ଗଣ୍ୟ ହୁଅନ୍ତି ।[୧] ତାମିଲ ଜଗତର ଏହି ଅଭିନେତା ତଥା ମାନବବାଦୀ ନେତା "Makkal Thilagam" (ଲୋକଙ୍କ ରାଜା), "Puratchi Thalaivar" (କ୍ରାନ୍ତିକାରୀ ନେତା) & "Vathiyar" (ଗୁରୁ) ନାଆଁରେ ମଧ୍ୟ ସେ ସୁପରିଚିତ ।[୨] ଯୁବାବସ୍ଥାରେ ରନଚନ୍ଦ୍ରନ ଓ ତାଙ୍କ ବଡ଼ ଭାଇ ଏମ. ଜି. ଚକ୍ରପାଣି ଏକ ନାଟକ ଦଳରେ ଯୋଗ ଦେଇ ପରିବାର ପ୍ରତିପୋଷନ କରୁଥିଲେ । ସେହି ସମୟରେ ମହାତ୍ମା ଗାନ୍ଧୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଲେ । କିଛିବର୍ଷ ନାଟକରେ ଅଭିନୟ କରିବା ପରେ ସେ ୧୯୩୬ରେ ତାଙ୍କର ପ୍ରଥମ କଥାଚିତ୍ର ସାଥୀ ଲୀଳାବତୀରେ ଏକ ସହ ଅଭିନେତା ଭାବେ ଅଭିନୟ କଲେ । ୧୯୪୦ର ଶେଷ ଭାଗ ବେଳକୁ ସେ ତାମିଲ କଥାଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିବା ସହ ପରବର୍ତ୍ତୀ ତିନି ଦଶକ ଧରି ତାମିଲ କଥାଚିତ୍ର ଜଗତର ଅପ୍ରତିଦ୍ୱନ୍ଦୀ ତାରକା ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ । ସେ ସି ଏନ୍ ଆନ୍ନାଦୁରାଇଙ୍କ ପରିଚାଳିତ DMK ରାଜନୈତିକ ଦଳରେ ଯୋଗ ହେଲେ ଏବଂ ଚିତ୍ରତାରକା ଭାବେ ତାଙ୍କର ଲୋକପ୍ରିୟତା ବଳରେ ଦଳରେ ତାଙ୍କ ପ୍ରତିଷ୍ଠା ବୃଦ୍ଧି ପାଇଲା । ୧୯୭୨ ମସିହାରେ, ଆନ୍ନାଦୁରାଇଙ୍କ ମୃତ୍ୟୁର ତିନି ବର୍ଷ ପରେ ସେ କରୁଣାନିଧିଙ୍କ ନେତୃତ୍ୱରେ ପରିଚାଳିତ DMK ଦଳ ତ୍ୟାଗ କରି AIADMK ନାମରେ ନିଜର ଏକ ଆଞ୍ଚଳିକ ରାଜନୈତିକ ଦଳ ଗଠନ କଲେ । ଏହାର ପାଞ୍ଚ ବର୍ଷ ପରେ ୧୯୭୭ରେ DMKକୁ କ୍ଷମତାଚ୍ୟୁତ କରି AIADMKର ନେତୃତ୍ୱରେ ଏକ ଗଠବନ୍ଧନ ସରକାର ତାମିଲନାଡୁରେ ସରକାର ଗଠନ କଲା । ଏହି କ୍ରମରେ ସେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେଲେ । ତାମିଲନାଡୁର ରାଜନୈତିକ ଇତିହାସରେ ଚିତ୍ରତାରକାରୁ ମୁଖ୍ୟମନ୍ତ୍ରୀ ହେବାରେ ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି । ୧୯୮୦ର ଏକ ମଧ୍ୟବର୍ତ୍ତୀ ଛଅମାସ ସମୟକୁ ବାଦଦେଲେ, ଯେତେବେଳେ କି କେନ୍ଦ୍ର ବ୍ୟାବିନେଟଦ୍ୱାରା ତାଙ୍କ ସରକାର ଗାଦିଚ୍ୟୁତ ହୋଇଥିଲା, ୧୯୮୦ ତଥା ୧୯୮୪ର ଦୁଇଟିଯାକ ନିର୍ବାଚନରେ ଜୟଲାଭ କରି ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ (୧୯୮୭) ସେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଆସନ ଅଳଂକୃତ କରିଥିଲେ । ପ୍ରରମ୍ଭିକ ଜୀବନଶ୍ରୀଲଙ୍କାସ୍ଥିତ କାଣ୍ଡିର ଏକ ମାଲୟାଲାମୀ ପରିବାରରେ M.G.R.ଙ୍କ ଜନ୍ମ ।[୩] ବାପା ଥିଲେ ମେଲାକାଥ ଗୋପାଳ ମେନନ ଏବଂ ମାଆ ଥିଲେ ମାରୁଥୁରୁ ସତ୍ୟଭାମା ।[୪] ଜୀବନର ପ୍ରାରମ୍ଭିକ ଅବସ୍ଥାରେ M.G.R. ଜଣେ ଧାର୍ମିକ ହିନ୍ଦୁ ତଥା ଭଗବାନ ମୁରୁଗାନଙ୍କ ଭକ୍ତ ଥିଲେ ।[୫] [୬] I DMK, ଦଳରେ ଯୋଗଦେବା ପରେ ସେ ଏକ ତର୍କବାଦୀ ବନିଗଲେ । M.G.Rଙ୍କ ପ୍ରଥମ ବିବାହିତା ପତ୍ନୀ ଚିତାରୀକୁଲାମ କମ ବୟସରେ ଅସୁସ୍ଥ ରହି ମୃତ୍ୟୁବରଣ କଲେ । M.G.Rଙ୍କ ଦ୍ୱିତୀୟ ବିବାହ ହୋଇଥିଲା ସତ୍ୟାନନ୍ଦବତୀଙ୍କ ସହ । କିନ୍ତୁ ସେ ମଧ୍ୟ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କଲେ ।[୭] ୧୯୬୫ରେ M.G.R. ତୃତୀୟ ପାତ୍ନୀଭାବେ ତାମିଲ ଚଳଚ୍ଚିତ୍ର ଜଗତର ଏକ ପୂର୍ବତନ ତାରକା ଭି ଏନ୍ ଜାନକୀଙ୍କୁ ବିବାହ କଲେ ।[୮] ତେବେ ଜାନକୀ M.G.R.ଙ୍କୁ ବିବାହ କରିବା ନିମିତ୍ତ ନିଜର ପ୍ରଥମ ସ୍ୱାମୀ ଗଣପତୀଙ୍କୁ ଛାଡପତ୍ର ଦେଇଥିଲେ । ଚଳଚ୍ଚିତ୍ର ତାରକାରାଜନୈତିକ ଜୀବନଆଧାର
|
Portal di Ensiklopedia Dunia