ଓଡ଼ିଶା ବିଧାନ ସଭା
ଓଡ଼ିଶା ବିଧାନ ସଭା ଓଡ଼ିଶାର ରାଜ୍ୟ ବିଧାନ ସଭା । ଏହା ଭୁବନେଶ୍ୱରଠାରେ ଅବସ୍ଥିତ ଓ ଏହାର ସଭ୍ୟସଂଖ୍ୟା ୧୪୭ । ତନ୍ମଧ୍ୟରୁ ୨୪ ଓ ୩୩ ଆସନ ଯଥାକ୍ରମେ ଅନୁସୂଚିତ ଜାତି (S.C.) ଓ ଅନୂସୂଚିତ ଜନଜାତି ବା ଆଦିବାସୀ (S.T.)ଙ୍କ ପାଇଁ ସଂରକ୍ଷିତ । ଅବଶିଷ୍ଟ ୯୦ଟି ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ।[୧] ![]()
ସଦସ୍ୟ ନିର୍ବାଚନ ବ୍ୟବସ୍ଥାରାଜ୍ୟ ବିଧାନ ସଭାର ସଦସ୍ୟମାନେ ଭୋଟରମାନଙ୍କଦ୍ୱାରା ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ । ଭାରତର ନିର୍ବାଚନ ଆୟୋଗ ଏହି ନିର୍ବାଚନ କରାନ୍ତି । ସାଧାରଣତଃ ପ୍ରତି ପାଞ୍ଚ ବର୍ଷରେ ଥରେ ବା ଆବଶ୍ୟକ ସ୍ଥଳେ, ପାଞ୍ଚ ବର୍ଷ ପୂରଣ ହେବା ପୂର୍ବରୁ ବିଧାନ ସଭା ଭଙ୍ଗ କରାଯାଇ ଯଥାଶିଘ୍ର (୬ ମାସ ମଧ୍ୟରେ) ନିର୍ବାଚନ କରାଯାଇ ନୂତନ ବିଧାନ ସଭା ଗଠନ କରାଯାଏ । ରାଜ୍ୟର ବିଧାନ ସଭାର ଆସନ ସଂଖ୍ୟା ଯେତିକି, ସେତିକି ସମାନ ସଂଖ୍ୟକ ଏକ-ସଭ୍ୟ ବିଶିଷ୍ଟ ଆଞ୍ଚଳିକ ନିର୍ବାଚନ ମଣ୍ଡଳୀରେ ପ୍ରତିରାଜ୍ୟକୁ ବିଭକ୍ତ କରାଯାଇଥାଏ । ପ୍ରତି ନିର୍ବାଚନ ମଣ୍ଡଳୀରୁ ଜଣେ ଲେଖାଏଁ ପ୍ରାର୍ଥୀ ପ୍ରତ୍ୟକ୍ଷ ନିର୍ବାଚନ ଜରିଆରେ ନିର୍ବାଚିତ ହୋଇଥାନ୍ତି । ପ୍ରତି ଅଠର ବର୍ଷ ବା ତତୋଧିକ ବୟସ୍କ ସାବାଳକ ନାଗରିକ ଜଣେ ମତଦାତା ( ଭୋଟର) ହିସାବରେ ନିଜର ମତଦାନ ଅଧିକାର ନିର୍ବାଚନ ମାଧ୍ୟମରେ ସାବ୍ୟସ୍ତ କରି ନିଜ ନିର୍ବାଚନ ମଣ୍ଡଳୀରୁ ଜଣେ ପ୍ରାର୍ଥୀଙ୍କୁ ବିଧାନ ସଭାକୁ ବିଧାୟକ ନିର୍ବାଚିତ କରିଥାନ୍ତି । ସଭ୍ୟ ପଦପାଇଁ ଆବଶ୍ୟକ ଯୋଗ୍ୟତାବିଧାନ ସଭାର ସଦସ୍ୟ ହେବାପାଇଁ ପ୍ରାର୍ଥୀଙ୍କର ନିମ୍ନଲିଖିତ ଯୋଗ୍ୟତାଥିବା ଥିବା ଆବଶ୍ୟକ ।
ତେବେ ବିଧାନ ସଭାର ସଭ୍ୟପଦ ପାଇଁ ଜଣେ ବ୍ୟକ୍ତି ଅଯୋଗ୍ୟ ଘୋଷିତ ହେବେ, ଯଦି :-
ସେ ସଂସଦ ଦ୍ୱରା ପ୍ରଣୀତ ଆଇନର ବ୍ୟବସ୍ଥାନୁସାରେ ଅଯୋଗ୍ୟ ବିବେଚିତ ହୋଇଥିବେ । କାର୍ଯ୍ୟକାଳବିଧାନ ସଭାର କାର୍ଯ୍ୟକାଳ ପାଞ୍ଚବର୍ଷ । ତେବେ ରାଜ୍ୟପାଳ ମୂଖ୍ୟମନ୍ତ୍ରୀଙ୍କ ପରାମର୍ଶକ୍ରମେ ବିଧାନ ସଭାକୁ ୫ ବର୍ଷ ସମୟ ସୀମା ପୂରଣ ହେବା ପୂର୍ବରୁ ଭାଙ୍ଗିଦେଇ ପାରନ୍ତି, ତେବେ ଏକ୍ଷେତ୍ରରେ ମୂଖ୍ୟମନ୍ତ୍ରୀଙ୍କ ପରାମର୍ଶ ସର୍ବଦା ରାଜ୍ୟପାଳ ଗ୍ରହଣ କରିବାକୁ ବାଧ୍ୟନୁହନ୍ତି । ଜାତୀୟ ଜରୁରୀ ପରିସ୍ଥିତି ଘୋଷିତ ହୋଇଥିଲେ ବିଧାନ ସଭାର କାର୍ଯ୍ୟକାଳ ପାଞ୍ଚବର୍ଷରୁ ଅଧିକ ୧ ବର୍ଷ ବୃଦ୍ଧି କରାଯାଇ ପାରିବ । କିନ୍ତୁ ଜରୁରୀ ପରିସ୍ଥିତି ଉଠିଗଲେ, ବର୍ଦ୍ଧିତ କାର୍ଯ୍ୟକାଳା ୬ ମାସରୁ ଅଧିକ ହେବ ନାହିଁ
ଅଧ୍ୟକ୍ଷ ବା ବାଚସ୍ପତିବିଧାନ ସଭାର ଅଧ୍ୟକ୍ଷଙ୍କୁ ବାଚସ୍ପତି ଓ ଉପାଧ୍ୟକ୍ଷଙ୍କୁ ଉପବାଚସ୍ପତି କୁହାଯାଏ । ସେ ଦୁଇଜଣ ବିଧାନ ସଭାର ନିର୍ବାଚିତ ସଦସ୍ୟ ଅଟନ୍ତି । ଗୃହର ସଦସ୍ୟମାନଙ୍କଦ୍ୱାରା ସେମାନେ ନିର୍ବାଚିତ ହୁଅନ୍ତି । ପରମ୍ପରା ଅନୁସାରେ ବାଚସ୍ପତି ଓ ଉପ-ବାଚସ୍ପତି ନିର୍ଦ୍ଦ୍ୱନ୍ଦରେ ନିର୍ବାଚିତ ହୋଇଥାନ୍ତି । ବାଚସ୍ପତି ପଦ ଶାସକ ଦଳ ରଖନ୍ତି ଓ ଉପବାଚସ୍ପତି ପଦଟି ବିରୋଧୀଦଳ ନେଇଥାନ୍ତି । ବିରୋଧୀଦଳର ନେତାଙ୍କ ସହିତ ଆଲୋଚନା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ବାଚସ୍ପତି ପଦପାଇଁ ବିରୋଧୀଦଳର ସହମତି ଆଣିଥାନ୍ତି । ବାଚସ୍ପତି ହେଉଛନ୍ତି ଗୃହର ନିର୍ବିବାଦୀୟ ଓ ନିରପକ୍ଷ ଅଧ୍ୟକ୍ଷ। ସେ ଗୃହର ସଭା କାର୍ଯ୍ୟ ଶୃଙ୍ଖଳାର ସହିତ ପରିଚାଳନା କରନ୍ତି । ଉଭୟ ବାଚସ୍ପତି ଓ ଉପବାଚସ୍ପତି ଗୃହର ସଦସ୍ୟମାନଙ୍କଦ୍ୱାରା ନିର୍ବାଚିତ ଓ ବହିଷୃତ ହୁଅନ୍ତି । ଜଣେ ଅନ୍ୟଜଣଙ୍କୁ ଲିଖିତ ଭାବରେ ଜଣାଇ ନିଜ ପଦରୁ ଇସ୍ତଫା ଦେଇଥାନ୍ତି । ବିଧାନ ସଭା ପାଞ୍ଚ ବର୍ଷର ସମୟସୀମା ପୂର୍ବରୁ ଭାଙ୍ଗିଗଲେ , ବାଚସ୍ପତି ପଦ ଶୂନ୍ୟ ରହେନାହିଁ । ନୂତନ ବିଧାନ ସଭା ବିଧିବଦ୍ଧ ଭାବରେ ଗଠିତ ହୋଇ ନୂତନ ବାଚସ୍ପତି ନିର୍ବାଚିତ ହେବା ପର୍ଯ୍ୟନ୍ତ ବାଚସ୍ପତି ନିଜ ଦାୟିତ୍ୱରେ ରହନ୍ତି । ୧୪ ଦିନ ପୂର୍ବରୁ ଲିଖିତ ସୂଚନା ଦେଇ ନିର୍ଦ୍ଦିଷ୍ଟ ପ୍ରଣାଳୀ ଅବଲମ୍ବନ ପୂର୍ବକ ଗୃହର ସଦସ୍ୟମାନେ ସଂଖ୍ୟା ଗରିଷ୍ଠ ସମର୍ଥନରେ ବାଚସ୍ପତିଙ୍କୁ ତାଙ୍କ ପଦରୁ ଅପସାରଣ କରନ୍ତି । ବାଚସ୍ପତିଙ୍କର ସ୍ୱତନ୍ତ୍ର ସଚିବାଳୟ ଅଛି । ଉଭୟ ବାଚସ୍ପତି ଓ ଉପ-ବାଚସ୍ପତି ଅନୁପସ୍ଥିତ ରହିଲେ, ସଭା କାର୍ଯ୍ୟ ପରିଚାଳନା ପାଇଁ ଏକ ଅଧ୍ୟକ୍ଷ ମଣ୍ଡଳୀ ରହିଛି । ତେବେ ବାଚସ୍ପତି ଅନୁପସ୍ଥିତ ରହିଲେ, ଉପବାଚସ୍ପତି ଗୃହକାର୍ଯ୍ୟ ଚଳାନ୍ତି । ବିଧାନ ସଭାର ବିଧି ଓ ନିୟମାବଳୀକୁ ବାଚସ୍ପତି ଅବତାରଣା କରି ନିଜର ଚୂଡାନ୍ତ ନିଷ୍ପତି ଦେଇଥାନ୍ତି । ବିବାଦୀୟ ବିଷୟରେ ସେ ଗୃହର ମତାମତ ଲୋଡନ୍ତି ଓ ସର୍ବଦଳୀୟ ବୈଠକ ଡାକନ୍ତି । ବାଚନିକ ଭୋଟଦାନ ଓ ଗୋପନୀୟ ଭୋଟଦାନ ପଦ୍ଧତି ଅନୁସରଣ କରି ସେ ଗୃହର ମତାମତ ଘୋଷଣା କରନ୍ତି । ଭୋଟଦାନରେ ସପକ୍ଷ ଓ ବିପକ୍ଷରେ ସମାନ ସଂଖ୍ୟକ ଭୋଟ ମିଳିଲେ, ବାଚସ୍ପତି ନିଜର ନିର୍ଣ୍ଣାୟକ ଭୋଟ ଦେଇଥାନ୍ତି । ଇତିହାସ
* ଇସ୍ତଫା ଦେଇଥିଲେ ଆଧାର
ବାହାର ତଥ୍ୟ
|
Portal di Ensiklopedia Dunia