ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ
ଚକ୍ରବର୍ତ୍ତୀ ରାଜଗୋପାଳଚାରୀ (୧୦ ଡିସେମ୍ବର ୧୮୭୮ - ୨୫ ଡିସେମ୍ବର ୧୯୭୨), ରାଜାଜୀ ବା ସିଆର ଭାବେ ମଧ୍ୟ ପରିଚିତ, ଜଣେ ସ୍ୱାଧୀନତା ସଂଗ୍ରାମୀ, ରାଜନେତା ତଥା ଲେଖକ ଥିଲେ ।[୧] ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନରେ ସମ୍ମାନିତ ରାଜାଜୀ ମାଡ୍ରାସ ପ୍ରେସିଡେନ୍ସୀର ପ୍ରଧାନମନ୍ତ୍ରୀ, ପଶ୍ଚିମବଙ୍ଗର ରାଜ୍ୟପାଳ, ମାଡ୍ରାସ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରରେ ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ତଥା ଭାରତର ଶେଷ ଗଭର୍ଣ୍ଣର ଜେନେରାଲ[୨] ଭାବେ କାର୍ଯ୍ୟ କରିଥିଲେ । ସେ ସ୍ୱତନ୍ତ୍ର ପାର୍ଟି ନାମରେ ଏକ ଦଳ ଗଠନ କରିଥିଲେ । ଜୀବନୀତାମିଲନାଡୁର କୃଷ୍ଣାଗିରୀ ଜିଲ୍ଲା ଅନ୍ତର୍ଗତ ଥୋରାପଲିଠାରେ ୧୮୭୮ ମସିହା ଡିସେମ୍ବର ୧୦ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ [୩]। ବାଲ୍ୟଶିକ୍ଷା ପରେ ବେଙ୍ଗାଲୂରୁର ସେଣ୍ଟ୍ରାଲ କଲେଜ ଓ ମାଡ୍ରାସର ପ୍ରେସିଡେନ୍ସୀ କଲେଜରୁ ସେ ଉଚ୍ଚଶିକ୍ଷା ଲାଭ କରିଥିଲେ । ୧୯୦୦ରେ ସେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ । ସାଲେମ ପୌରାଞ୍ଚଳର କାଉନ୍ସିଲର ଭାବେ ସେ ପ୍ରଥମେ ରାଜନୀତିରେ ପ୍ରବେଶ କରିଥିଲେ । ପରେ ସେ ସାଲେମ ପୌରାଞ୍ଚଳର ଅଧ୍ୟକ୍ଷ ହୋଇଥିଲେ । ସେ ଜାତୀୟ କଂଗ୍ରେସରେ ଯୋଗ ଦେଇ ରାୱଲାଟ ଆଇନ, ଅସହଯୋଗ ଆନ୍ଦୋଳନ, ଭାଇକୋମ ସତ୍ୟାଗ୍ରହ ଓ ଆଇନ ଅମାନ୍ୟ ଆନ୍ଦୋଳନରେ ସାମିଲ ହୋଇଥିଲେ । ୧୯୩୦ରେ ସେ ଜେଲ ଯାଇଥିଲେ । ୧୯୩୭ରେ ସେ ମାଡ୍ରାସ ପ୍ରେସିଡେନ୍ସୀର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ । ଜର୍ମାନୀ ବିରୋଧରେ ବ୍ରିଟେନ ଯୁଦ୍ଧ ଘୋଷଣା କରିବା ପରେ ୧୯୪୦ମସିହାରେ ସେ ଇସ୍ତଫା ଦେଇଥିଲେ । ଯୁଦ୍ଧରେ ବ୍ରିଟେନକୁ ସହଯୋଗ କରିବା ପାଇଁ ସେ କହିବା ସହ ଭାରତଛାଡ଼ ଆନ୍ଦୋଳନକୁ ବିରୋଧ କରୁଥିଲେ । ସେ ମହମ୍ମଦ ଅଲି ଜିନା ଓ ମୁସଲିମ ଲିଗ ସହ ଆଲୋଚନା କରି କେତେକ ପ୍ରସ୍ତାବ ଦେଇଥିଲେ ଯାହା ସି.ଆର ଫର୍ମୁଲା ନାମରେ ନାମିତ । ୧୯୪୬ ମସିହାରେ ଦେଶର ଅନ୍ତରୀଣ ସରକାରରେ ସେ ଶିଳ୍ପ, ଶିକ୍ଷା ଓ ଅର୍ଥମନ୍ତ୍ରୀ ଥିଲେ । ରାଜାଜୀ ପ୍ରସିଦ୍ଧ କର୍ଣ୍ଣାଟକୀ ସଙ୍ଗୀତ କୁରାଇ ‘ଓନରୁମ ଇଲାଇ’ର ସ୍ୱର ସଂଯୋଜନା କରିଥିଲେ । ୧୯୭୨ ମସିହା ଡିସେମ୍ବର ୨୫ତାରିଖ ଦିନ ତାଙ୍କର ପରଲୋକ ଘଟିଥିଲା ।[୪] ଆଧାର
|
Portal di Ensiklopedia Dunia