ପାଟକୁରା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ପାଟକୁରା (କ୍ରମିକ ସଂଖ୍ୟା: ୯୬) କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଡେରାବିଶ ବ୍ଳକ, ଗରଦପୁର ବ୍ଳକ ଓ ମାର୍ଶାଘାଇ ବ୍ଳକର କିଛି ଅଞ୍ଚଳ ।[୨][୩] ଗତ ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କଠାରୁ ୧୭,୯୨୦ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୪] ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଜୟନ୍ତ କୁମାର ମହାନ୍ତିଙ୍କଠାରୁ ୪୭୭୧୫ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୫] ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲ୍ଲା, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କଠାରୁ ୪୪,୯୯୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୬] ୨୦୧୯ ବିଧାନ ସଭା ଉପ-ନିର୍ବାଚନ୨୦୧୯ ବିଧାନ ସଭା ନିର୍ବାଚନ ପାଟକୁରାରେ ଚତୁର୍ଥ ପର୍ଯ୍ୟାୟରେ, ୨୯ ଅପ୍ରେଲରେ ହେବାର ଥିଲା କିନ୍ତୁ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କର ଦେହାନ୍ତ ଯୋଗୁଁ ମଇ ୧୯ ଯାଏଁ ନିର୍ବାଚନ ଘୁଞ୍ଚାଯାଇଥିଲା ।[୪] ପରେ ଘୁର୍ଣ୍ଣିବାତ୍ୟା ଫଣୀ ଯୋଗୁଁ ଏହାକୁ ଆଉଥରେ ଘୁଞ୍ଚାଯାଇ ୨୦ ଜୁଲାଇରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା ।[୫] ଜୁଲାଇ ୨୪ ତାରିଖରେ ଏହାର ଫଳାଫଳ ପ୍ରକାଶ ପାଇଥିଲା । ବିଜେଡି ପ୍ରତିନିଧି ଏହି ଆସନରୁ ଜିତିଥିଲେ ।[୬] ୨୦୦୯ ନିର୍ବାଚନ ଫଳାଫଳ
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ ନିର୍ବାଚିତ ବିଧାୟକଗଣ୧୯୫୧ରୁ ୨୦୧୯ ମଧ୍ୟରେ ମୋଟ ୧୬ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:[୮] [୯][୫]
ଆଧାର
ବାହାର ତଥ୍ୟ |
Portal di Ensiklopedia Dunia