ବରାହଗିରି ଭେଙ୍କଟଗିରି
ବରାହଗିରି ଭେଙ୍କଟଗିରି (୧୦ ଅଗଷ୍ଟ ୧୮୯୪-୨୩ ଜୁନ ୧୯୮୦), ସାଧାରଣରେ ଭି. ଭି. ଗିରି ନାମରେ ପରିଚିତ, ଭାରତର ୪ର୍ଥ ରାଷ୍ଟ୍ରପତି ଭାବରେ ୨୪ ଅଗଷ୍ଟ ୧୯୬୯ରୁ ୨୩ ଅଗଷ୍ଟ ୧୯୭୪ଯାଏଁ କାମ କରିଥିଲେ । ବର୍ତ୍ତମାନ ଭାରତୀୟ ଶ୍ରମିକଙ୍କୁ ଯାହାକିଛି ଅଧିକାର ମିଳିଛି, ତାହା କେବଳ ସମ୍ଭବ ହୋଇପାରିଛି ଭି.ଭି.ଗିରିଙ୍କ ପାଇଁ । ଦେଶ ନିର୍ମାଣରେ ଶ୍ରମିକଙ୍କ ଭୂମିକା ମୂଖ୍ୟ ବୋଲି ପ୍ରମାଣ କରିବାକୁ ଯାଇ ଶ୍ରମିକଙ୍କ ସ୍ୱାର୍ଥ ପାଇଁ ସେ ବିଭିନ୍ନ ସମୟରେ ବିଦ୍ରୋହ କରିଥିଲେ । ପ୍ରାରମ୍ଭିକ ଜୀବନସେ ଓଡ଼ିଶାର ବ୍ରହ୍ମପୁରଠାରେ ଏକ ତେଲୁଗୁ ପରିବାରରେ ବରାହଗିରି ଭେଙ୍କଟ ଯୋଗିଆଙ୍କଠାରୁ[୧] ଜନ୍ମ ନେଇଥିଲେ । ତାଙ୍କର ଜନ୍ମ କାଳରେ ଏହା ଗଞ୍ଜାମ ଗଡ଼ଜାତ ଅଧୀନରେ ଥିଲା ।[୨] ପିତା ବରାହଗିରି ଭେଙ୍କଟ ଯୋଗାୟ ପନ୍ତଲି ଜଣେ ଖ୍ୟାତନାମା ଆଇନଜୀବୀ ଥିଲେ। ତାଙ୍କ ସ୍କୁଲ ଶିକ୍ଷା, ସେ ବ୍ରହ୍ମପୁରରେ ଶେଷ କରିଥିଲେ।ଅଳ୍ପ ବୟସରେ ସେ ସରସ୍ୱତୀ ବାଈଙ୍କୁ ବିବାହ କରିଥିଲେ। ପରେ ଉଚ୍ଚଶିକ୍ଷା ପାଇଁ ୧୯୧୩ରେ ସେ ୟୁନିଭର୍ସିଟି ଅଫ୍ ଡ଼ବଲିନ୍କୁ ଯାଇଥିଲେ କିନ୍ତୁ ସେଠାରେ ସେ ଆଇନ ଡିଗ୍ରୀ ଶେଷ କରିପାରିନଥିଲେ। ସିନ୍ ଫେନ୍ ଆନ୍ଦୋଳନରେ ଯୋଗ ଦେବାରୁ ତାଙ୍କୁ ଆୟାରଲ୍ୟାଣ୍ଡରୁ ବିଦା କରାଯାଇଥିଲା। ଭାରତ ଫେରି ସେ ୧୯୨୨ରେ ବିଭିନ୍ନ ଶ୍ରମିକ ସଂଗଠନର ନେତୃତ୍ୱ ନେଲେ। ଫଳ ସ୍ୱରୂପ ୧୯୨୬ ଓ୧୯୪୨ରେ ଅଲ୍ ଇଣ୍ଡିଆ ଟ୍ରେଡ ୟୁନିଅନ କଂଗ୍ରେସର ସେ ଦୁଇଥର ସଭାପତି ହୋଇଥିଲେ। ରାଜନୀତି୧୯୩୬ ପ୍ରତ୍ୟେକ୍ଷ ରାଜନୀତିରେ ଯୋଗଦେଇ ମାଡ୍ରାସ ପ୍ରେସିଡେନ୍ସିରେ ଯୋଗଦେଇ, ସେ ଶ୍ରମ ଓ ଶିଳ୍ପ ମନ୍ତ୍ରଣାଳୟ ଦାୟିତ୍ୱ ବହନ କରିଥିଲେ। ଦେଶ ସ୍ୱାଧୀନ ହେବାପରେ ଭାରତର ହାଇକମିଶନର ଭାବେ ତାଙ୍କୁ ସିଂହଳ ପଠାଯାଇଥିଲା। ସେଠାରେ କର୍ଯ୍ୟକାଳ ଶେଷପରେ ଭାରତ ଫେରି ସେ ୧୯୫୨ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଥିଲେ। ପ୍ରଥମ ଲୋକ ସଭାକୁ ନିର୍ବାଚିତ ହେବାପରେ ତାଙ୍କୁ ଶ୍ରମ ମନ୍ତ୍ରଣାଳୟର କ୍ୟାବିନେଟ ଦାୟିତ୍ୱ ଅର୍ପଣ କରାଯାଇଥିଲା। ଏହା ପରେ ସେ ୧୯୫୭ରୁ ୧୯୬୭ ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟର ରାଜ୍ୟପାଳ ଭାବେ କାର୍ଯ୍ୟ ତୁଲାଇଥିଲେ। ୧୯୬୯ରେ ରାଷ୍ଟ୍ରପତି ଥିବା ଅବସ୍ତାରେ ଜାକିର ହୁସେନଙ୍କ ପରଲୋକ ହେବାରୁ ତାଙ୍କୁ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ବଛାଯାଇଥିଲା।ପରେ ସେ ରାଷ୍ଟ୍ରପତି ନିର୍ବାଚନରେ ଜିତି ଦେଶର ୪ର୍ଥ ରାଷ୍ଟ୍ରପତି ହୋଇଥିଲେ । ପୁରସ୍କାର ଓ ସମ୍ମାନ୧୯୭୫ ମସିହାରେ ତାଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଇଛି।[୩] ଶ୍ରମିକଙ୍କ ସମସ୍ୟା , ଗବେଷଣା, ଶିକ୍ଷା ଏବଂ ପରାମର୍ଶ ଲାଗି ସ୍ଥାପନ କରାଯାଇଥିବା ସ୍ୱଂୟଶାସିତ ଅନୁଷ୍ଠାନକୁ ୧୯୯୫ରେ ଭି.ଭି.ଗିରି ନ୍ୟାଶନାଲ ଲେବର ଇନଷ୍ଟିଚ୍ୟୁଟ ନାମରେ ନାମିତ କରାଯାଇଛି। ୧୯୮୦ ମସିହାରେ ୮୫ ବର୍ଷ ବୟସରେ ମାଡ୍ରାସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଆଧାର
ଅଧିକ ତଥ୍ୟ |
Portal di Ensiklopedia Dunia