ରଣପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ରଣପୁର (କ୍ରମିକ ସଂଖ୍ୟା: ୧୧୯) ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳଗୁଡ଼ିକ ହେଲା ରଣପୁର ବ୍ଳକ ଓ ଓଡ଼ଗାଁ ବ୍ଳକର କିଛି ଅଞ୍ଚଳ ।[୨][୩] ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରବିନାରାୟଣ ମହାପାତ୍ର ଭାରତୀୟ ଜନତା ପାର୍ଟି ପ୍ରାର୍ଥିନୀ ସୁରମା ପାଢୀଙ୍କଠାରୁ ୧୬୪୨୬ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪] ୨୦୦୯ ବିଧାନ ସଭା ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ସୁରମା ପାଢ଼ୀଙ୍କଠାରୁ ୨୧,୬୦୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫][୬] ଇତିହାସରଣପୁର ଏକ ପ୍ରାଚୀନ ଗଡ଼ଜାତ ରାଜ୍ୟ l ଏହାକୁ ମଧ୍ୟ ନୟାଗଡ଼ର ପ୍ରଥମ ଶ୍ରୀକ୍ଷେତ୍ର କୁହାଯାଏ l ୧୨ଶ ଶତାବ୍ଦୀରେ ଓଡ଼ିଶାର ରାଜା ଅନଙ୍ଗ ଭୀମଦେବ ତତ୍କାଳୀନ ରଣପୁର ରାଜାଙ୍କୁ 'ନରେନ୍ଦ୍ର' ଉପାଧି ପ୍ରଦାନ କରିିଥିଲେ । ରାଜବଂଶାବଳୀରୁ ଜଣାଯାଏ, ୩୬୦୦ ବର୍ଷ ମଧ୍ୟରେ ଏହି ରାଜ୍ୟରେ ୧୧୨ଜଣ ରାଜା ରାଜୁତି କରିସାରିଲେଣି । ଏ ରାଜ୍ୟର କ୍ଷେତ୍ରଫଳ ୨୦୩ ବର୍ଗମାଇଲ । ଏଥିରେ ୨୬୫ଟି ଗ୍ରାମ ଅନ୍ତର୍ଭୁକ୍ତ । ଏଠାରେ ପ୍ରାଚୀନ ପ୍ରଥାରେ ଶାସନ ଚାଲୁଥିଲା । ଏ ରାଜ୍ୟ ସେତେ ଉନ୍ନତ ନଥିଲା । ଓଡି଼ଶା ରାଜ୍ୟର ପ୍ରଥମ ମହିଳା ମନ୍ତ୍ରୀ ବସନ୍ତ ମଞ୍ଜରୀ ଦେବୀ ହେଉଛନ୍ତି ରଣପୁରର ରାଜମାତା ।[୬] କିମ୍ବଦନ୍ତୀକିମ୍ବଦନ୍ତୀ ଅନୁସାରେ ପ୍ରାଚୀନ କାଳରେ ରଣାସୁର ନାମରେ ଏକ ରାକ୍ଷସ ଏଠାରେ ବାସ କରୁଥିଲା । ତାରି ନାମାନୁସାରେ ଏ ରାଜ୍ୟର ନାମ ରଣପୁର ହୋଇଛି ବୋଲି ଲୋକବିଶ୍ୱାସ । ପୁରାଣ ଅନୁସାରେ କଳିଯୁଗ ଆରମ୍ଭର ୧୭୪ ବର୍ଷ ପରେ ଏ ରାଜ୍ୟ ସ୍ଥାପିତ ହୋଇଛି ବୋଲି 'କପିଳ ସଂହିତା'ରେ ଉଲ୍ଲେଖ ଅଛି । ଶୁଣାଯାଏ, ବେଣୁ ରାଜବଂଶର ବିଶ୍ୱବାସବ ଏ ରାଜ୍ୟର ପ୍ରତିଷ୍ଠାତା । ମଣିନାଗ ଏ ରାଜ୍ୟର ପ୍ରସିଦ୍ଧ ଦେବତା ।[୬] ୨୦୦୯ ନିର୍ବାଚନ ଫଳାଫଳ
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ ନିର୍ବାଚିତ ବିଧାୟକଗଣ୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୮][୯][୪]
ସ୍ୱାଧୀନତା ପୂର୍ବରୁ (୧୯୪୬-୫୨): ଅନ୍ତର୍ଯ୍ୟାମୀ ସାହୁ (ନିର୍ଦ୍ଦଳୀୟ) ଆଧାର
|
Portal di Ensiklopedia Dunia