ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟି (ଭାରତ)
ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟି (CIS) ବେଙ୍ଗାଳୁରୁରେ ଥିବା ଏକ ବହୁମୁଖୀ ଗବେଷଣା ଓ ଓକିଲାତି ସଙ୍ଗଠନ ।[୧][୨][୩] ସିଆଇଏସ ଇଣ୍ଟରନେଟ ଏବଂ ସମାଜରେ ସାଂଖିକ (ଡିଜିଟାଲ) ବହୁଳାବାଦ, ସର୍ବଜନୀନ ଉତ୍ତରଦାୟୀତ୍ୱ ଏବଂ ଶିକ୍ଷାଶାସ୍ତ୍ର ପ୍ରଚଳନ ଉପରେ କାର୍ଯ୍ୟ କରେ । କଣ କରନ୍ତିଏହା ଏକ ଅଣ-ଲାଭକାରୀ ସଂସ୍ଥା । ଏହା ମତ ସାବ୍ୟସ୍ତ କରିବାର ଅଧିକାର, ଗୋପନୀୟତା, ବିବିଧକ୍ଷମଙ୍କ ପାଇଁ ଆବଶ୍ୟକୀୟ ଉପଲବ୍ଧି, ଶିକ୍ଷା ଅଧିକାର, ଏବଂ ବୌଦ୍ଧିକ ସମ୍ପଦ ଅଧିକାର ଏବଂ ମୁକ୍ତ ବ୍ୟବହାରର ଅଧିକାର(ଖୋଲା ତଥ୍ୟ, ମାଗଣା/ମୁକ୍ତ ସପ୍ଟୱେର, ମୁକ୍ତ ମାନକ, ବିଦ୍ୱାନଙ୍କ ସାହିତ୍ୟକୃତିର ମୁକ୍ତ ପଠନ, ମୁକ୍ତ ଶିକ୍ଷାଉତ୍ସ ଏବଂ ମୁକ୍ତ ଭିଡ଼ିଓ) ଆଦିର ନୀତିନିୟମ ସଂକ୍ରାନ୍ତୀୟ ମାମଲା ଉପରେ କାର୍ଯ୍ୟ କରେ ଏବଂ ଶିକ୍ଷା ଗବେଷଣା ସାଂଖିକ ମାଧ୍ୟମ ପ୍ରଯୁକ୍ତିବିଦ୍ୟାଦ୍ୱାରା ସମାଜିକ ସଂସ୍କାର ଉପରେ ମଧ୍ୟ କାର୍ଯ୍ୟ କରେ । [୪] ![]() ଉଇକିମିଡ଼ିଆ ଯୋଜନାଗୁଡ଼ିକଭାରତୀୟ ଭାଷାସମୂହକୁ ପ୍ରଚାର କରିବା ପାଇଁ ଉଇକିମିଡ଼ିଆ ଫାଉଣ୍ଡେସନ ସିଆଇଏସକୁ ଏକ ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଇଂରାଜୀକୁ ମିଶାଇ ଇଣ୍ଡିକ ଭାଷାରେ ଉଇକିପିଡ଼ିଆ ହେଉଛି ଉଇକିମିଡ଼ିଆର ଖୋଲା ଭାଷା ଜ୍ଞାନକୋଷ ପ୍ରକଳ୍ପ । ଏହି ମଞ୍ଜୁରି ଉଇକିମିଡିଆର 'ଖୋଲା ଜ୍ଞାନକୋଷ'କୁ ଭାରତରେ ବ୍ୟାପକ ପ୍ରସାରର ମଧ୍ୟ ଲକ୍ଷ୍ୟ ରଖିଛି । ଦୁଇ ବର୍ଷିଆ ପ୍ରକଳ୍ପର ପ୍ରଥମ ବର୍ଷ ପାଇଁ ଭାରତୀୟ ମୂଦ୍ରାରେ ୧,୧୦,୦୦,୦୦୦ ଟଙ୍କା (($200,000 ଆମେରିକୀୟ ଡଲାର)) ଅନୁଦାନ ପାଇଛି ।[୫] ଆଧାର
ବାହାର ଲିଙ୍କସମୂହ![]() ଉଇକିମିଡ଼ିଆ କମନ୍ସରେ Centre for Internet and Society (India)
ବାବଦରେ ମାଧ୍ୟମ ରହିଛି ।
ଆଧାର |
Portal di Ensiklopedia Dunia